CIS-A2K/Outreach Programs/Handbook/Mail Draft for Prof/Director/or

From Meta, a Wikimedia project coordination wiki

ମାନନୀୟ ମହାଶୟ/ମହାଶୟା,

ମୁଁ "ନିଜର ନାମ ଏଠାରେ ଲେଖନ୍ତୁ" ଓ ମୁଁ ଓଡ଼ିଆ ଉଇକିପିଡ଼ିଆ ସଙ୍ଘର ଜଣେ ସଭ୍ୟ । ଆପଣଙ୍କ ଅନୁଷ୍ଠାନରେ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାର ଆୟୋଜନ କରିବା ପାଇଁ ମୁଁ ଏହି ଚିଠିଟି ଲେଖୁଛି ।

ଉଇକିପିଡ଼ିଆ ଏକ ଅନଲାଇନ ଖୋଲା ଜ୍ଞାନକୋଷ ଯହିଁରେ ଜଗତର ଯେକୌଣସି ଲୋକ ଲେଖିପାରିବ ଓ ସମ୍ପାଦନା କରିପାରିବ, ଏହା ଓଡ଼ିଆରେ ମଧ୍ୟ ଉପଲବ୍ଧ । ଏଥିରେ ଥିବା ତଥ୍ୟକୁ କୌଣସି ଲୋକ ବ୍ୟବହାର, ପୁନବ୍ୟବହାର ଓ ବିତରଣ କରିପାରିବେ । ଏଥିରେ କୌଣସି ପ୍ରଚାର ବା ବିଜ୍ଞାପନ ନାହିଁ । ଉଇକିପିଡ଼ିଆରେ ଲୋକେ ନିଜ ଇଚ୍ଛାରେ ଜଗତର ବାକି ଲୋକଙ୍କ ସୁବିଧା ନିମନ୍ତେ ଜ୍ଞାନର ବିତରଣ ପାଇଁ ତଥ୍ୟମୂଳକ ଲେଖାମାନ ଲେଖିଥାନ୍ତି । ଆପଣଙ୍କ ଛାତ୍ର ଛାତ୍ରୀଗଣ, ଆପଣ ଓ ମୋ ଭଳି ଲୋକେ ଏଥିରେ ନାନାଦି ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟାବଳୀ ଯୋଗ କରି ଏହାକୁ ସମୃଦ୍ଧ କରିପାରିବେ ଯାହାକୁ ଅନ୍ୟ ଲୋକେ ମାଗଣାରେ ପଢ଼ି ତାହାର ସଦୁପଯୋଗ କରିପାରିବେ ।

ଏହି ତାଲିମ କର୍ମଶାଳାରେ ଆପଣଙ୍କ ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆମେ ଉଇକିପିଡ଼ିଆରେ ଲିଖନ/ସମ୍ପାଦନା ବାବଦରେ ସଚେତନତା ତିଆରି, ଛାତ୍ରଛାତ୍ରୀମାନେ କିପରି ଏଥିରେ ଲେଖିବେ ସେ ବାବଦରେ ତାଲିମ ଦେବୁ । ଆମେ ଏହି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ନିଜ ଜ୍ଞାନର ବିକାଶ ଓ ତାହାକୁ ଅନ୍ୟମାନଙ୍କ ଭିତରେ ବିତରଣ କରିପାରିବେ ତାହା ବୁଝାଇବୁ ଓ ସହଜରେ କିପରି ସେମାନେ ଏଥିରେ ଲେଖିବେ ତାହା ଶିଖାଇଦେବୁ ।

ଆହୁରି ମଧ୍ୟ ମୁଁ କେତେକ ଉପଯୋଗୀ ତଥ୍ୟ ଆପଣଙ୍କୁ ଜଣାଇବାକୁ ଉଚିତ ମଣିବି ଯାହା ଶିକ୍ଷାନୁଷ୍ଠାନ ତଥା ଛାତ୍ରଛାତ୍ରୀମାନଙ୍କ ଦରକାରରେ ଆସିଥାଏ:

ଆପଣଙ୍କ ଅନୁଷ୍ଠାନ ପାଇଁ ଏହା କିପରି ଲାଭପ୍ରଦ ହେବ?

  1. ଆପଣଙ୍କ ମହାବିଦ୍ୟାଳୟର ଶିକ୍ଷାଭିତ୍ତିକ ପ୍ରସିଦ୍ଧିଲାଭ । ଭାରତରେ ଶିକ୍ଷାଗୁରୁମାନଙ୍କ ଲିଖିତ ଶିକ୍ଷାର ଗବେଷଣା ନଥିର ସଂଖ୍ୟା ଉଣା ଥିବା ବେଳେ ଆପଣଙ୍କ ଛାତ୍ରଛାତ୍ରୀମାଙ୍କ ଦେଇ ଯେଉଁ ଉଇକିପିଡ଼ିଆ ପ୍ରସଙ୍ଗ ସବୁ ଲେଖାଯିବ ତାହାକୁ ଆପଣ ନିଜର ଗବେଷଣା ନଥିଭୁକ୍ତ କରିପାରିବେ ।
  2. ଏହା ଅଧିକରୁ ଅଧିକ ଛାତ୍ରମାନଙ୍କୁ ଅନୁଷ୍ଠାନ ଆଡ଼କୁ ଆକୃଷ୍ଟ କରିଥାଏ ଓ ସେମାନଙ୍କ ଚାକିରୀ ପାଇଁ ନାନାଦି ସଂସ୍ଥା ସହିତ ସହବନ୍ଧନକୁ ସୁଗମ କରିଥାଏ ।
  3. ଜ୍ଞାନର ଏହି ଆଦାନ ପ୍ରଦାନ ଫଳରେ ଛାତ୍ରଛାତ୍ରୀମାନେ ଅଧିକ ପାଠ ମନଯୋଗୀ ହୋଇଥାନ୍ତି । ଶ୍ରେଣୀରେ ଏହି ଭଳି କର୍ମଶାଳା ଯୋଗୁଁ ଛାତ୍ରଛାତ୍ରୀମାନେ ପଢ଼ାରେ ଅଧିକ ଭାଗ ନେଉଥିବା କଥା ଶିକ୍ଷାଗୁରୁମାନେ ମୋ ସମ୍ମୁଖରେ ମତ ପୋଷଣ କରିଛନ୍ତି ।
  4. ଏହା ଆପଣଙ୍କ ଶ୍ରେଣୀ, ମହାବିଦ୍ୟାଳୟ ତଥା ଜଗତର ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାର ଉନ୍ନତିରେ ସହଭାଗୀ ହୋଇଥାଏ । ଆପଣ ନିଜ ଜୀବନ ଶିକ୍ଷାର ବିକାଶରେ ସମର୍ପଣ କରିଥିବାରୁ ଏହି ପରି ଏକ କର୍ମଶାଳା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଧ ହୁଏ ।

ଆପଣଙ୍କ ଛାତ୍ରଛାତ୍ରୀମାନେ ଏଥିରୁ କିପରି ଲାଭପ୍ରଦ ହେବେ?

  1. ଏହା ଛାତ୍ରଛାତ୍ରୀମାନଙ୍କ ଲିଖନ ଶୈଳୀକୁ ଉନ୍ନତ କରିଥାଏ । ସେମାନଙ୍କ ଜୀବନକାଳରେ ସୁନ୍ଦର ଲିଖନର ବହୁବିଧ ଉପଯୋଗ ଦେଖିବାକୁ ମିଳିଥାଏ । ଉଇକିପିଡିଆ ସେମାନଙ୍କୁ ଏହା ଉନ୍ନତ କରିବାରେ ସହଯୋଗ କରିଥାଏ ।
  2. ଏହା ସେମାନଙ୍କୁ ଗୁରୁତରଭାବେ ଚିନ୍ତା କରିବାରେ ସାହାଯ୍ୟ କରିଥାଏ । । ଉଇକିପିଡିଆରେଥିବା ସମସ୍ତ ପ୍ରସଙ୍ଗ ନିରପେକ୍ଷ ବିଚାରର ସହ ଲେଖାଯାଇଥାଏ ଯାହା ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରସଙ୍ଗର ଉଭୟ ଭଲ ଓ ମନ୍ଦଭାଗକୁ ଦେଖି ପରଖିବାରେ ସହାୟକ ହୋଇଥାଏ । ଆପଣଙ୍କ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିଗତ ଓ ପେସାଗତ ଜୀବନରେ ଏହାର ବିଶେଷ ଉପଯୋଗୀ ହେବ ଓ ସେମାନଙ୍କୁ ଘଟଣା, ପ୍ରକଳ୍ପ, ଶିକ୍ଷାଗତ କାମ ଆଦିରେ ସାହାଯ୍ୟ କରିବ । ଏହିପ୍ରକାର ଚିନ୍ତାଧାରା ସେମାନଙ୍କୁ ଜୀବନରେ ଅନେକ ସମୟରେ "କେଉଁ ଦଳକୁ ବାଛିବାକୁ ହେବ"କୁ ନେଇ ଉପୁଜୁଥିବା ଦ୍ଵନ୍ଦର ସମାଧାନ ପରିଛନ୍ନ ଭାବରେ ଦେଖାଇଦେବ ।
  3. ଏହା ଆପଣଙ୍କ ଛାତ୍ରଛାତ୍ରୀମାନଙ୍କ "ଗବେଷଣା ଦକ୍ଷତା" ବଢ଼ାଇବ । ଉଇକିପିଡିଆରେ ଲେଖିବା/ସମ୍ପାଦନା କରିବା ବେଳେ ଜଣକୁ ନାନାଦି ବାହାର ଆଧାର (ଯଥା: ବହି, ଜର୍ଣ୍ଣାଲ, ପ୍ରକାଶିତ ଗବେଷଣା ନଥି, ଆଦି) ଖୋଜି ତଥ୍ୟ ସଙ୍ଗ୍ରହ କରିବାକୁ ପଡିଥାଏ । ଏହା ସେମାନଙ୍କୁ ଭବିଷ୍ୟତରେ ନିଜର ପାଠ, ଗବେଷଣା ନିମନ୍ତେ ତଥ୍ୟ ସଙ୍ଗ୍ରହରେ ସାହାଯ୍ୟ କରିଥାଏ ।
  4. ଆପଣଙ୍କ ଛାତ୍ରଛାତ୍ରୀମାନଙ୍କ ଦେଇ ଯେଉଁ ପ୍ରସଙ୍ଗସବୁ ଲେଖାଯିବ ତାହା ଜଗତର ହଜାର ହଜାର ଲୋକଙ୍କ ଦେଇ ପଢ଼ାହେବ । ଥରେ ସେମାନେ ଯେଉଁ ପ୍ରସଙ୍ଗ ଉଇକିପିଡ଼ିଆରେ ଲେଖିବେ ତାହା *ଅନନ୍ତ କାଳ* ଯାଏଁ ଏଥିରେ ସାଇତାହୋଇରହିବ !
  5. ଏହା ସେମାନଙ୍କ ଚାକିରୀରେ ଯୋଗଦାନ କାଳରେ ସାହାଯ୍ୟ କରିଥାଏ । ସମ୍ଭବତ ଆପଣଙ୍କ ଛାତ୍ରଟିଏ କାଲି ସିଭିଲ ସର୍ଭିସ ବା ଗଣମାଧ୍ୟମରେ ଚାକିରୀରେ ଆବେଦନ କରିବା ବେଳେ ନିଜେ ସମ୍ପାଦନା କରିଥିବା ଉଇକିପିଡ଼ିଆ ପ୍ରସଙ୍ଗମାନଙ୍କ ବାବଦରେ ବଖାଣିପାରିବେ ।
  6. ଏହା ଆପଣଙ୍କ ଛାତ୍ରଛାତ୍ରୀମାନଙ୍କୁ ମିଳିମିଶି କାମକରିବାରେ ସହଯୋଗ କରିଥାଏ! ଉଇକିପିଡ଼ିଆରେ ଲେଖିବା ଓ ସମ୍ପାଦନା କରିବାରେ ଅନୁଭୂତି ନିଆରା । ଏଠାରେ ଆଚାମାନଙ୍କ ଭିତରୁ ଜଣେ ଯଦି ଏକ ଜଣାଶୁଣା ସ୍ଥାନର ବିଶଦ ଉପକ୍ରମ ଲେଖେ, ଆଉ ଜଣେ ସେଥିରେ ସେହି ଅଞ୍ଚଳର ଇତିହାସ ଲେଖିଥାଏ, ପୁଣି କେହି ଜଣେ ସେଥିରେ ଜନଗଣନା ସମ୍ବନ୍ଧୀୟ ବିବରଣୀ ଦେଇଥାଏ । ଏହିପରି ଅନେକ ଲୋକ ମିଳିମିଶି ଏକାଠି ପ୍ରସଙ୍ଗଟିଏକୁ ସମୃଦ୍ଧ କରିଥାନ୍ତି ।
  7. ଏଥିରେ ହସଗମାତର ସହ କାମ କରିବାର ସୁଯୋଗ ମିଳିଥାଏ! ଏଠାରେ ଆପଣଙ୍କ ଛାତ୍ରଛାତ୍ରୀମାନେ ଜଗତସାରାର ନୂଆ ଲୋକଙ୍କ ସଙ୍ଗେ ବନ୍ଧୁବାନ୍ଧିବାର ସୁଯୋଗ ପାଇଥାନ୍ତି । ସେମାନେ ଏଥିରେ ନିଜ ମନମୁତାବକ ଯେକୌଣସି ପ୍ରସଙ୍ଗରେ ଲେଖି/ସମ୍ପାଦନା କରିପାରିବେ, ତାହା ସେମାନଙ୍କ ପସନ୍ଦର କଥା ଚିତ୍ର, ବହି, ଲେଖକ, ସ୍ଥାନ ବା ସେହିପରି କିଛି ବି ଜଣାଶୁଣା ପ୍ରସଙ୍ଗ ହୋଇଥାଇପାରେ ।

ଜଗତର ଅନେକ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ପ୍ରଫେସର ଓ ଶିକ୍ଷାଗୁରୁମାନେ ନାନାଦି ଭାଷାରେ ଏହି ପରି ଉଇକିପିଡ଼ିଆ କର୍ମଶାଳାମାନଙ୍କରେ ଭାଗ ନେଇସାରିଲେଣି । ମୁଁ ଜାଣିବା ପାଇଁ ଇଚ୍ଛୁକ ଯଦି ଆପଣ ମଧ୍ୟ ଏହିପରି କର୍ମଶାଳାଟିଏ ନିଜ ଅନୁଷ୍ଠାନରେ କରିବାକୁ ଚାହାଁନ୍ତି ।

ମୁଁ ଆପଣଙ୍କ ସହ ବ୍ୟକ୍ତିଗତ ଭାବରେ ଭେଟି ଏହା ବାବଦରେ ବିଶଦ ଭାବରେ ଆଲୋଚନା କରିବାକୁ ନିଜର ସୌଭାଗ୍ୟ ମଣିବି । ଯଦି ଆପଣଙ୍କର କିଛି ପ୍ରଶ୍ନଥାଏ ତେବେ ଦୟାକରି ମୋ ସହ ଯୋଗାଯୋଗ କରିବେ । ମୋ ଯୋଗାଯୋଗର ଠିକଣା ଏହି ମେଲରେ ଅଛି ।

ସାଧୁବାଦ,

ନାମ ଇମେଲ ଠିକଣା ଫୋନ ନମ୍ବର