ଉଇକିମିଡ଼ିଆ ଫାଉଣ୍ଡେସନ ନିର୍ବାଚନ/୨୦୨୫/ନିର୍ବାଚନ ସ୍ୱେଚ୍ଛାସେବକ/ବାରମ୍ବାର ପଚରାଯାଇଥିବା ପ୍ରଶ୍ନ ଗୁଡିକ
ନିର୍ବାଚନ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ବିଷୟରେ ଆପଣଙ୍କ ମନରେ ଥିବା କେତେକ ପ୍ରଶ୍ନର ଉତ୍ତର ଏହି ପୃଷ୍ଠାରେ ରହିଛି । ଆପଣଙ୍କ ପାଖରେ ଆପଣଙ୍କ ପ୍ରଶ୍ନର ଉତ୍ତର ନାହିଁ, ଦୟାକରି ଆଲୋଚନା ପୃଷ୍ଠାରେ ଆପଣଙ୍କ ପ୍ରଶ୍ନ ଲେଖନ୍ତୁ, ଏବଂ ଆମେ ଉତ୍ତର ଦେବାରେ ନିଶ୍ଚୟ ଚେଷ୍ଟା କରିବୁ ।
ନିର୍ବାଚନ ସ୍ୱେଚ୍ଛାସେବକ କିଏ?
ନିର୍ବାଚନ ସ୍ୱେଚ୍ଛାସେବୀମାନେ ହେଉଛନ୍ତି ନିର୍ବାଚନ କମିଟିକୁ ସମର୍ଥନ କରୁଥିବା ସ୍ୱେଚ୍ଛାସବୀ ଗୋଷ୍ଠୀ । ସେମାନେ ଆଗାମୀ ବୋର୍ଡ ନିର୍ବାଚନ ସମ୍ବନ୍ଧୀୟ ଜିନିଷ ବିଷୟରେ ସେମାନଙ୍କ ସମ୍ପ୍ରଦାୟକୁ ଅବଗତ ରଖନ୍ତି ।
ନିର୍ବାଚନ ସ୍ୱେଚ୍ଛାସେବକଙ୍କର ଆବଶ୍ୟକତା କ'ଣ? ?
ନିର୍ବାଚନରେ ଭାଗ ନେବା ପାଇଁ ଆମକୁ ସ୍ଥାନୀୟ ସମ୍ପ୍ରଦାୟରୁ ଅଧିକ ସ୍ୱର ଆବଶ୍ୟକ ।
ଏହି କାମ ପାଇଁ ନିର୍ବାଚନ ସ୍ୱେଚ୍ଛାସେବକମାନଙ୍କୁ କେତେ ଘଣ୍ଟା ସମୟ ଦେବାକୁ ପଡିବ?
ଏହା ଅଧିକ ସମୟ ନେବ ବୋଲି ଆଶା କରାଯାଏ ନାହିଁ, ଆମେ ପ୍ରତି ସପ୍ତାହରେ ପ୍ରାୟ ଏକ ଘଣ୍ଟା ଆଶା କରୁ, ବୋଧହୁଏ ନିର୍ବାଚନ ସମୟରେ ହିଁ କିଛି ଅଧିକ ସମୟ ଲାଗିପାରେ । ମନେରଖନ୍ତୁ, ଯଦିଓଃ ନିର୍ବାଚନ ସ୍ୱେଚ୍ଛାସେବୀ ଭୂମିକା ଉଇକିମିଡିଆ ମୁଭମେଣ୍ଟରେ ଅନ୍ୟ ସ୍ୱେଚ୍ଛାକୃତ ଭୂମିକା ସହିତ ସମାନ । ଉଇକିମିଡିଆ ମୁଭମେଣ୍ଟରେ ସ୍ୱେଚ୍ଛାସେବୀ କାର୍ଯ୍ୟ ପାଇଁ ଆମେ କେତେ ଘଣ୍ଟା ଉତ୍ସର୍ଗ କରୁଛୁ ତାହା କେହି ସ୍ଥିର କରନ୍ତି ନାହିଁ, ଏବଂ ନିର୍ବାଚନ ସ୍ୱେଚ୍ଛାକୃତ ଭୂମିକା ଏହିପରି । ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ନିର୍ଭର କରେ ।
ଏକ ସମ୍ପ୍ରଦାୟ କିମ୍ବା ପ୍ରକଳ୍ପ ପାଇଁ କେତେ ଜଣ ସ୍ୱେଚ୍ଛାସେବକ ଆବଶ୍ୟକ?
ଅଧିକ ସ୍ୱେଚ୍ଛାସେବୀମାନେ ହାଲୁକା କାମ କରନ୍ତି । ଆମେ ପ୍ରତି ସମ୍ପ୍ରଦାୟରେ ଅତି କମରେ ଜଣେ ସ୍ୱେଚ୍ଛାସେବୀ ଆଶା କରୁଛୁ ।
ଏହି ଭୂମିକାର ଅବଧି କେତେ?
ଏହି ଭୂମିକା ସେପ୍ଟେମ୍ବର ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ମାଧ୍ୟମରେ ସକ୍ରିୟ, ଯେତେବେଳେ ନୂତନ ଟ୍ରଷ୍ଟି ନିଯୁକ୍ତ ହୁଅନ୍ତି ।
ନିର୍ବାଚନ ସ୍ୱେଚ୍ଛାସେବକମାନଙ୍କ ପାଇଁ କୌଣସି ତାଲିମ ଦିଆଯିବ କି?
ଆମେ ଭାବୁନାହୁଁ ଯେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି କାରଣ ନିର୍ବାଚନ ସ୍ୱେଚ୍ଛାସେବୀମାନେ ସେମାନଙ୍କ ସମ୍ପ୍ରଦାୟକୁ ଭଲ ଭାବେ ଜାଣନ୍ତି, କିନ୍ତୁ ଆମେ ନିର୍ବାଚନ ସ୍ୱୟଂସେବୀମାନଙ୍କ ପ୍ରତ୍ୟେକ ଅନୁରୋଧକୁ ବିଚାର କରିବା ପାଇଁ ପ୍ରସ୍ତୁତ ଅଛୁ । ଯଦି କିଛି ଦରକାର ପଡ଼େ, ଆମକୁ ପଚାରନ୍ତୁ ।
ମୁଁ ସପ୍ତାହରେ କିମ୍ବା ସପ୍ତାହାନ୍ତରେ ଅଧିକ ଅବଦାନ କରିପାରିବି,ଏହା କ'ଣ ଗୁରୁତ୍ୱପୂର୍ଣ୍ଣ ଅଟେ କି ?
ସମସ୍ତେ ତାଙ୍କ ପାଇଁ ଉପଯୁକ୍ତ ସମୟ ମଧ୍ୟରେ କାମ କରିପାରିବେ ।
ମୁଁ ଅନ୍ୟ ସ୍ଵେଚ୍ଛାସେବକମାନଙ୍କ ସହିତ ସହଯୋଗ କରିପାରିବି କି, ଯଦିଓ ସେମାନେ ନିର୍ବାଚନ ସ୍ଵେଚ୍ଛାସେବକ ନୁହଁନ୍ତି?
ଆମେ ସହଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରୋତ୍ସାହିତ କରୁଛୁ! ଦୟାକରି ସେମାନଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତୁ, ଯାହାଦ୍ୱାରା ଅଧିକ ଅଭିଜ୍ଞତା ହାସଲ କରିବା ପାଇଁ କ "ଣ କଭର କରାଯାଇଛି ତାହା ଆପଣ ଜାଣିପାରିବେ ।