Fundraising 2012/Translation/Sengai appeal

From Meta, a Wikimedia project coordination wiki
This page is a translated version of the page Fundraising 2012/Translation/Sengai appeal and the translation is 92% complete.
Outdated translations are marked like this.

  • ଦୟାକରି ପଢ଼ନ୍ତୁ:
    ଉଇକିପିଡ଼ିଆ ସମ୍ପାଦକ ଡ. ସେଙ୍ଗାଇ ପୋଦୁଭନଙ୍କ ଠାରୁ
    ଏକ ବ୍ୟକ୍ତିଗତ ଆବେଦନ

Appeal

ଉଇକିପିଡ଼ିଆ ସମ୍ପାଦକ ଡ. ସେଙ୍ଗାଇ ପୋଦୁଭନଙ୍କ ଠାରୁ

ମୁଁ ଏକ ଗରିବ ଚାଷୀ ପରିବାରରେ ୧୯୩୬ରେ ଜନ୍ମ ନେଇଥିଲି । ଆଉ ଆଜି ମୁଁ ଉଇକିପିଡ଼ିଆ ଉପରେ ନିର୍ଭର କରେ ଓ ସମ୍ପାଦନା କରେ ।

ମୁଁ ଉଇକିପିଡ଼ିଆକୁ ଏଠାରେ ଆଗାମି ପିଢ଼ି ପାଇଁ ସଚଳ ରହିବା ଚାହିଁବି । ଏହା ଆମର ବାର୍ଷିକ ପାଣ୍ଠି ସଙ୍ଗ୍ରହ ଅଭିଯାନ ଯାହା ସର୍ଭର, ସ୍ୱଳ୍ପସଂଖ୍ୟକ କର୍ମଚାରୀ ଓ ବାକି ପରିଚାଳନାର ଖର୍ଚ୍ଚ ଯାହା ଉଇକିପିଡ଼ିଆକୁ ଇଣ୍ଟରନେଟରେ ମାଗଣା ଓ ଖୋଲାରେ ତଥା ବିନା ପ୍ରଚାରରେ ଅନଲାଇନରେ ରଖିବାରେ ସହଯୋଗ କରିଥାଏ । ଯଦି ଆପଣ ପାରନ୍ତି, ତେବେ ଦୟାକରି ୧୦୦, ୫୦୦ ବା ୧୦୦୦ ଟଙ୍କା ଦାନ କରିପାରିବେ ।

ଯେତେବେଳେ ଆପଣ ମୋ ବୟସରେ ପହଞ୍ଚିବେ ସେତେବେଳକୁ ଆପଣ ଆପଣା ଜ୍ଞାନ ସାରା ଦୁନିଆଁ ସହ ବାଣ୍ଟିବାକୁ ଚାହିଁବେ । ମୋ ଜୀବନକାଳରେ ଜଣେ ଅବଧାନ ଥିଲି, ଏକ ପି.ଏଚ.ଡି. ହାସଲ କରିଛି, ୧୪ ବର୍ଷ ଧରି ଏକ ସରକାରୀ ପ୍ରକାଶନର ଭାର ତୁଲାଉଥିଲି, ମୁଁ ପାଞ୍ଚ ଜଣ ଝିଅ ଓ ଜଣେ ପୁଅର ବାପ ଆଉ ଏବେ ବି ଏକ ହଳ ଥିବା ଜଣେ ଚାଷୀ ଭାବରେ ନିଜକୁ ଗଣେ ।

ମୁଁ ମୋର ପି.ଏଚ.ଡି. ତାମିଲନାଡୁର ମୌଲିକ ଖେଳ ବାବଦରେ କରିଛି । ଆପଣ ହୁଏ ତ ମୋ ଲେଖା ପ୍ରସଙ୍ଗକୁ ଥରୁଟିଏ ଦେଖି ନପରାନ୍ତି, କିନ୍ତୁ ଏହା ମୋତେ ଓ ହଜାର ହଜାର ଲୋକଙ୍କୁ ଆନନ୍ଦ ଦେଇଥାଏ । ଆଉ ମୁଁ ଖୁସି ଯେ ଆପଣ ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିବେ ତାହା ଆପଣ ଉଇକିପିଡ଼ିଆରେ ପାଇପାରିବେ ।

ଯେତେବେଳେ ୨୦୦୫ରେ ମୁଁ ମୋର ପ୍ରଥମ କମ୍ପୁଟର କିଣିଲି, ମୋର ହାତ ଥରୁଥିବା ହେତୁ ମାଉସ ବ୍ୟବହାର କରିବା ମୋ ପାଇଁ କଷ୍ଟକର ଥିଲା । କିନ୍ତୁ ୨୦୦୯ ବେଳକୁ ମୁଁ ଉଇକିପିଡ଼ିଆ ବାବଦରେ ଜାଣିସାରିଥିଲି । ଦିନେ ମୁଁ ପୁରାତନ ଭାରତୀୟ କବିମାନଙ୍କ ବାବଦରେ ଏକ ପ୍ରସଙ୍ଗ ଲେଖିଲି । ମୁଁ ପାଖାପାଖି ୩୦ ଜଣଙ୍କ ନାମ ସେଥିରେ ଲେଖି ଶୋଇବାକୁ ଗଲି । ତାହା ପର ଦିନ ସକାଳୁ ଦେଖେ ତ ସେଠାରେ ୪୭୩ ଗୋଟି ନାମ ଯୋଡ଼ା ସରିଥିଲା । ତାହା ହିଁ ଉଇକିପିଡ଼ିଆକୁ ଚଳାଇବାରେ ସହଯୋଗ କରିଥାଏ!

ଦୟାକରି ଲେଖାର ସମ୍ପାଦନା କରି ବା ଦାନ ଦେଇ ଉଇକିପିଡ଼ିଆକୁ ମାଗଣା କରିବାରେ ଆମର ଏହି ଚେଷ୍ଟାକୁ ସଫଳ କରନ୍ତୁ ।

ସାଧୁବାଦ,

ଡ. ସେଙ୍ଗାଇ ପୋଦୁଭନ ପି.ଏଚ.ଡି.
ଉଇକିପିଡ଼ିଆ ସମ୍ପାଦକ